Police No
Uncategorized

ୱା ଅଫିସର; ମୃତ୍ୟୁ ପୂର୍ବରୁ ଅପରାଧୀକୁ ଧରାଇ ଦେବାକୁ ସୁରାକ ଛାଡ଼ିଗଲେ କନଷ୍ଟେବଲ

ସୋନିପଥ: ପୁଣି ପୁଲିସ୍ ଉପରେ ଆକ୍ରମଣର ଖବର ଆସିଛି। ହରିଆଣାରୁ ଏହି ଦୁଃଖଦ ଖବର ଆସିଛି। ସୋନିପଥ ଜିଲ୍ଲାର ବୁଟାନା ପୋଲିସ ପାଟ୍ରୋଲିଂ କରିବାକୁ ଯାଇଥିବା ଜଣେ କନଷ୍ଟେବଲ ଓ ଏସପିଓ ରବିନ୍ଦ୍ରଙ୍କୁ କିଛି ବଦ୍‌ମାସ୍‌ ନିର୍ମମଭାବେ ହତ୍ୟା କରିଛନ୍ତି। ରାସ୍ତାରେ କିଛି ବଦ୍‌ମାସ୍‌ ମଦ୍ୟପାନ କରୁଥିଲେ। ଏନେଇ ପାଟ୍ରୋଲିଂ କରୁଥିବା ସମୟରେ ଦୁଇ ପୋଲିସ ଅଧିକାରୀ ସେମାନଙ୍କୁ ମଦ୍ୟପାନ କରିବାକୁ ମନା କରିଥିଲା। ପରେ ପୋଲିସ ଓ ମଦ୍ୟପଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଯାହାଫଳରେ ମଦ୍ୟପମାନେ ଉତ୍‌କ୍ଷିପ୍ତ ହୋଇ ପୋଲିସର ଦୁଇ ଅଧିକାରୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ।सोनीपत: गश्त पर निकले दो पुलिसकर्मियों की हत्या करने वाला एक बदमाश ढेर, एक गिरफ्तार-encounter of one criminal in two policemen murder case hrrm

ଘଟଣାସ୍ଥଳରେ ହିଁ ଦୁହିଁଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ମୃତ୍ୟୁ ପୂର୍ବରୁ କନଷ୍ଟେବଲ ରବିନ୍ଦ୍ର ଅପରାଧୀକୁ ଧରପକାଇବା ପାଇଁ ଏକ ସୁରାକ ଛାଡ଼ିଯାଇଥିଲେ। ଅଭିଯୁକ୍ତଙ୍କ ଗାଡି ନମ୍ୱରକୁ ନିଜ ହାତ ପାପୁଲିରେ ଲେଖି ଦେଇଥିଲେ ରବିନ୍ଦ୍ର। ପୋଷ୍ଟମର୍ଟମ ସମୟରେ ଡାକ୍ତରମାନେ ରବିନ୍ଦ୍ରଙ୍କ ହାତରୁ ଏହି ନମ୍ୱର ଦେଖିବାକୁ ପାଇଥିଲେ। ଏହି ନମ୍ୱର ଆଧାରରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା।

ଖବର ଅନୁଯାୟୀ, ଏସପିଓ ଓ କନଷ୍ଟେବଳଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ରବିନ୍ଦ୍ର ହାତରେ ଯେଉଁ ନମ୍ବର ଲେଖିଥିଲେ ତାହା ହେଲା- HR-56B8192। ପୋଲିସ କାର୍‌ର ନମ୍ୱର ପାଇବା ମାତ୍ରେ ଖୋଳତାଡ଼ ଆରମ୍ଭ କରିଥିଲା। ତଦନ୍ତୁରୁ କାର୍‌ଟି ଜିନ୍ଦ ବାସିନ୍ଦା ଗୁରୁମିତଙ୍କ ନାମରେ ପଞ୍ଜିକୃତ ହୋଇଥିଲା ବୋଲି ପୁଲିସ୍ ଜାଣିବାକୁ ପାଇଥିଲା।

ପୋଲିସ ଗୁରୁମିତଙ୍କ ଘରେ ପହଞ୍ଚିବାରୁ ସେ କାର୍‌କୁ ସନ୍ଦୀପ ନାମକ ଜଣେ ବ୍ୟକ୍ତିକୁ ବିକ୍ରି କରିଦେଇଥିବା ପୁଲିସ୍‌କୁ କହିଥିଲେ।  କିନ୍ତୁ ଗାଡର କାଗଜପତ୍ର ଟ୍ରାନ୍ସଫର ହୋଇନଥିଲା। ଗୁରମିତଙ୍କ ଠାରୁ ସନ୍ଦୀପର ବିଷୟରେ ଜାଣିବା ପରେ ପୋଲିସ ସନ୍ଦୀପ ଏବଂ ତାଙ୍କ ସହଯୋଗୀ ଅମିତ ଓ ବିକାଶଙ୍କ ପାଖରେ ପହଞ୍ଚିଥିଲା। କିନ୍ତୁ ହତ୍ୟାକାରୀମାନେ ପୋଲିସକୁ ଦେଖି ସେଠାରୁ ଖସି ପଳାଇବାକୁ ଚେଷ୍ଟା କରୁଥିଲେ। ପରେ ପୋଲିସର ଏନ୍‌କାଉଣ୍ଟରରେ ଅମିତ ପ୍ରାଣ ହାରାଇଥିବାବେଳେ ବିକାଶ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲା। ସନ୍ଦୀପକୁ ପୋଲିସ ଗିରଫ କରିଛି।

Must Read:  Automotive Radar Market - Industry Analysis, Size, Share, Growth, Trends, and Forecast 2019-2025
Jitender
Jitender Chauhan is the founder and editor of Today News Spot. He writes and publishes content across news, business, technology, health, lifestyle, travel, education, digital marketing, and entertainment. With experience in digital marketing, SEO, and online content strategy, Jitender focuses on creating simple, useful, and informative articles that are easy for readers to understand. His goal is to cover trending topics, practical guides, industry updates, and important news in a way that adds value to readers. All content on Today News Spot is researched, reviewed, and published by Jitender Chauhan to maintain quality, accuracy, and consistency across the website. Through Today News Spot, Jitender aims to provide reliable and updated information that helps readers stay informed and make better decisions.
https://todaynewsspot.com